Unknown

ଅର୍ଘ୍ୟ ବନ୍ଦାପନା

ଶ୍ରୀ ଗୋବିନ୍ଦ ରଥ

 

ସତ୍ୟଭାମା ସମସ୍ତଙ୍କୁ ।

 

ଡାକ ଦେଲେ ଚନ୍ଦ୍ରଶାଳାପୁରକୁ ଗୋ ।

 

ବନ୍ଦାଇବା ଅର୍ଜନକୁ ସଜନି ଗୋ ।

।୧।

 

 

ଶୁଣି ସମସ୍ତ ତରୁଣୀ ।

 

ନାନା ଅଳଙ୍କାର ଖଞ୍ଜିଲେ ଆଣି ହେ ।

 

ବାହାରିଲେ ପାଟରାଣୀ ସଜନି ଗୋ ।

।୨।

 

 

ହସ୍ତେ ଧରି ଅର୍ଘ୍ୟଥାଳୀ ।

 

କେ ଅଙ୍ଗେ କସ୍ତୁରୀ କୁକୁମ ବୋଳି ଗୋ ।

 

କେଶ ଦେଇଛି ସାଉଁଳି ସଜନି ଗୋ ।

।୩।

 

 

ନନ୍ଦରାଜାଙ୍କ ଦୁଲାଳୀ ।

 

ନବରଙ୍ଗେ ବେଶ ହୋଇଛି ବାଳୀ ଗୋ ।

 

ଆସୁଅଛି ଢଳି ଢଳି ସୁନ୍ଦରି ଗୋ ।

।୪।

 

 

ବୋଲେ ସୁଭଦ୍ରା ସୁନ୍ଦରୀ ।

 

କାହିଁକି ଯାଉଛ ସକଳ ନାରୀ ଗୋ ।

 

ମୋତେ ନିଅ ସଙ୍ଗେ କରି ସଜନି ଗୋ ।

।୫।

 

 

 

 

ସତ୍ୟଭାମା କହେ ଧୀରେ ।

 

ଆମ୍ଭେ ଯାଉଛୁଁ ଚନ୍ଦ୍ରଶାଳାପୁରେ ଗୋ ।

 

ଅର୍ଘ୍ୟ ଦେବୁ ପାଥଶିରେ ସୁନ୍ଦରି ଗୋ ।

।୬।

 

 

ସୁଣ ଗୋ ବିଷ୍ଣୁବଲ୍ଲଭି ।

 

ତୁମ୍ଭ ସଙ୍ଗେ ଯିବି ଅର୍ଘ୍ୟ ମୁଁ ଦେବୀ ଗୋ ।

 

ଅର୍ଜୁନ ରୂପ ଦେଖିବି ସଜନି ଗୋ ।

।୭।

 

 

ଶୁଣ ଗୋ ସୁଭଦ୍ରା ଦେଈ ।

 

ଅର୍ଜୁନଙ୍କ ରୂପ ଦେଖିଲେ ତୁହି ଗୋ ।

 

ମଦନେ ହୋଇବୁ ବାଇ ସଜନି ଗୋ ।

।୮।

 

 

ରୁକ୍ମିଣୀ ବୋଲନ୍ତି ସହି ।

 

କିପାଁ ସୁଭଦ୍ରାକୁ କରୁଛ ନାହିଁ ଗୋ ।

 

ବାଲ୍ୟ କଲୁ ସାଙ୍ଗ ସେହି ସଜନି ଗୋ ।

।୯।

 

 

କେ ବୋଲେ ସମସ୍ତେ ହେବ ।

 

ସୁଭଦ୍ରାଙ୍କୁ ମଧ୍ୟେ ଘେନିଣ ଥିବା ଗୋ ।

 

ଅର୍ଜୁନଙ୍କୁ ବନ୍ଦଇବା ସଜନି ଗୋ ।

।୧୦।

 

 

 

 

 

 

ଏମନ୍ତ ବିଚାର କଲେ ।

 

ଚନ୍ଦ୍ରଶାଳାପୁରେ ପ୍ରବେଶ ହେଲେ ଗୋ ।

 

ଦୀନ ଜଗବନ୍ଧୁ ବୋଲେ ସଜନି ଗୋ ।

।୧୧।

 

 

ଏଥୁ ଅନ୍ତେ କୃଷ୍ଣନାରୀ ଅର୍ଘ୍ୟ ଘେନି କରି ।

 

ଚନ୍ଦ୍ରଶାଳାପୁରେ ଯେ ପ୍ରବେଶ ସର୍ବ ନାରୀ

।୧।

କୃଷ୍ଣଙ୍କର କୋଳେ ଯେ ଅର୍ଜୁନ ବସିଥିଲେ ।

 

କେ ଅର୍ଜୁନ ବୋଲି କନ୍ୟାମାନେ ନ ଜାଣିଲେ ।

।୨।

 

 

କେହୁ ଜ୍ୟେଷ୍ଠ କେ କନିଷ୍ଠ ବିଚାର ଥକିତ ।

 

କାହା ଶିରେ ଅର୍ଘ୍ୟ ଦେବା ଦିଶନ୍ତି ଏକାତ ।

।୩।

କନ୍ୟାମାନଙ୍କର ଚିତ୍ତ ଜାଣି ଭାବଗ୍ରାହୀ ।

 

ଠାରିଲେ ଶ୍ରୀହରି ପାଥଶିରେ କର ଦେଇ ।

।୪।

 

 

ଅର୍ଜୁନଙ୍କୁ ବନ୍ଦାଇଲେ ପାଟବଂଶୀ ନାରୀ ।

 

ଦ୍ଵିତୀୟେ କୃଷ୍ଣକୁ ବନ୍ଦାଇଲେ ଅର୍ଘ୍ୟ ଧରି ।

।୫।

ଫଗୁ ପିଚିକା ମାରନ୍ତି କୃଷ୍ଣ ନାରୀମାନେ ।

 

ଅର୍ଜୁନକୁ ଦେଖି ଦୃଷ୍ଟ୍ୟ ହେଲେ ସର୍ବଜନେ ।

।୬।

 

 

ଅର୍ଘ୍ୟ ଦେଇଣ ସମସ୍ତେ ବାହୁଡ଼ିଲା ବେଳେ ।

 

ସୁଭଦ୍ରା ଦେଖିଲେ ଅର୍ଜୁନଙ୍କ ରୂପ ଡୋଳେ ।

।୭।

ଲେଉଟି ଲେଉଟି ଅର୍ଜୁନଙ୍କୁ ଚାହେଁ ବାଳୀ ।

 

କାମାନଳେ ସୁଭଦ୍ରା ପଡିଲେ ମୋହେ ଢଳି ।

।୮।

 

 

ସତ୍ୟଭାମା କୋଳ କଲେ ଧରି ସୁଭଦ୍ରାଙ୍କୁ ।

 

ଵଶ୍ୟ ହୋଇଲୁ ଦେଖିଣ ଅର୍ଜୁନ ରୁପକୁ ।

।୯।

ନାସ୍ତି କରିଥିଲୁଁ ଆମ୍ଭେ ଆସିବାର ବେଳେ ।

 

ଏବେ କି ହୋଇଲା ଯେ ପଡ଼ିଲୁ କାମାନଳେ ।

।୧୦।

 

 

ସୁଭଦ୍ରା ବୋଲନ୍ତି ଦେହେଁ ନାହିଁ ମୋର ଜ୍ଞାନ ।

 

ଅର୍ଘ୍ୟ ଦେଲା ବେଳୁ ଦେଖି ପୀଡ଼ୁଛି ମଦନ ।

।୧୧।

କାମ ହେଲା ଭଗାରି ଅର୍ଜୁନ ଦେଖି ମୁହିଁ ।

 

ଭେଟ ଯେ କରାଅ ଦୀନ ଜଗବନ୍ଧୁ କହି ।

।୧୨।

 

 

ଅର୍ଜୁନକୁ ଗୋ । ଦିଅ ଆଣି ମୋହର ପାଶକୁ ଗୋ । ହାୟ !

 

ଏଥୁ ଅନନ୍ତରେ ସତ୍ୟଭାମା କହେ ଶୁଣ ଆଗୋ ନୃପବାଳ ।

 

ଏ ଯଦୁବଂଶରେ କଳଙ୍କିନୀ ହେଲୁ କି ବୋଲିବେ ବନମାଳୀ । ବିଧୁବଦନିଗୋ ।

।୧।

 

 

ତେଜିଲି ମୁଁ ଲଜ୍ଜା କଲି କୁଳ ତ୍ୟଜ୍ୟା ଦେଖିଲା ବେଳୁ ଅର୍ଜୁନ ।

 

କହୁଛି ତୋ ପାଦ ଧରି ଦିଅ ପାଥ ନ ଦେଲେ ଗଲା ଜୀବନ ଗୋ । ସତ୍ୟଭାମା ।

।୨।

 

 

 

 

 

 

କୋଲନ୍ତା ତୋହର ମାଉଷୀ ଅଟଇ ଅର୍ଜୁନ ତୋହର ଭାଇ ।

 

ଭାଇ ସଙ୍ଗେ ପ୍ରୀତି କରିବାକୁ ଆଶା କହୁଛୁ ତୁ ଲଜ୍ଜା ନାହିଁ । ବିଧୁବଦନି ଗୋ ।

।୩।

ପରା ଅନ୍ନ ଭୋଗୀ ଯେହୁ ଖାଏ ମାଗି ନିତ୍ୟ କରିଥାଇ ଆଶ ।

 

ପରଦାରବୃତ୍ତି ଯେମାନେ କରନ୍ତି ତାଙ୍କୁ ଲଜ୍ଜା ଅବା କିସ ଗୋ । ସତ୍ୟଭାମା ।

।୪।

ପର ଅନ୍ନକୁ ଯେ ଆଶ୍ରୟ କରନ୍ତି କ୍ଷୁଧା କି ହଲେ ତାଙ୍କର ।

 

ପରଦାର ପ୍ରୀତି ଯେମାନେ କରନ୍ତି ମରଣୁ ଲଜ୍ଜା ଅପାର । ବିଧୁବଦନ ଗୋ ।

।୫।

ଅର୍ଜୁନଙ୍କ ତୁଲେ ଭେଟାଇ ନ ଦେଲେ ପଶିବି ଅର୍ଜୁନ ପୁର ।

 

ଚୋରର ପରାୟେ ଚୋରୀ ମୁଁ କରିବି ଲଜ୍ଜା ଭୟ ନାହିଁ ମୋର ଗୋ । ସତ୍ୟଭାମା ।

।୬।

ଆହୁରି କଥାଏ ଶୁଣ ନୃପବାଳି ପୂର୍ବରେ ଥିଲା ପିଙ୍ଗଳା ।

 

ଅନେକ ପୁରୁଷ ସଙ୍ଗେ ପ୍ରୀତି କରି ପିଙ୍ଗଳା ଭ୍ରଷ୍ଟ ହୋଇଲା । ବିଧୁବଦନି ଗୋ ।

।୭।

ଆଗୋ ସତ୍ୟଭାମା କହୁଅଛି ମୁହିଁ ପିଙ୍ଗଳାର କଥା ଶୁଣ ।

 

ଧନୀ ପୁରୁଷକୁ ଦେଖି ଉଦ୍ଧରନ୍ତେ ପାଇଲା ସେହୁ କାରଣ ଗୋ । ସତ୍ୟଭାମା ।

।୮।

ଯେ ନାରୀ ଉତ୍ତମ ରଖେ କୁଳଧର୍ମ ଶୁଣ ଆଗୋ ନୃପବାଳି ।

 

ଅସତୀ ଵିଟପୀ ଦୋଚାରୀ ହୋଇଲେ ଯଦୁବଂଶେ ହେବୁ କାଳି । ବିଧୁବଦନି ଗୋ ।

।୯।

 

 

ଭିକ୍ଷାଶୀ ଯେ ହୋଇ ଲଜ୍ଜା ତାର କାହିଁ ବଡ଼ପଶେ ଯେହୁ ଯାନ୍ତି ।

 

ରୋଗୀ ଲୋକଙ୍କର ଲଜ୍ଜା କେଉଁଠାରେ ବୈଦ୍ୟକୁ ଆଶ୍ରେ କରନ୍ତି ଗୋ । ସତ୍ୟଭାମା ।

।୧୦।

 

 

କାମବ୍ୟଧିକି ଯେ ଔଷଧି କରିବା ଜଗବନ୍ଧୁ କହେ ଗୀତେ ।

 

କୃଷ୍ଣଙ୍କୁ କହିଣ ଅର୍ଜୁନ ବରିଶ ବିଭା କରାଇବା ତୋତେ । ବିଧୁବଦିନି ଗୋ ।

।୧୧।

 

 

ରାଗ ଯଥା ।

 

 

 

ଏଥୁଅନ୍ତେ ସୁଭଦ୍ରା ଯେ ସତ୍ୟଭାମା ପାଦେ ।

 

ଭକତି କରି କହନ୍ତି କାମର ବିଛେଦେ । ଶକ୍ରବତି ଗୋ ।

 

ସତେ କି ଅର୍ଜ୍ଜୁନ ହେବ ପତି ଗୋ ।

।୧।

 

 

ଏମନ୍ତ ସମୟେ ଯେ ପ୍ରବେଶ ବନମାଳୀ ।

 

ସତ୍ୟଭାମା ପାଦ ଧରି ଲୋଟେ ନୃପବାଳୀ । ଦେଖି ହରି ଯେ ।

 

ସୁଭଦ୍ରା ଅଛନ୍ତି ପାଦ ଧରି ଯେ ।

।୨।

 

 

କୃଷ୍ଣଙ୍କୁ ଦେଖି ସୁଭଦ୍ରା ସଙ୍କୋଚ ପାଇଲେ ।

 

ବାହୁଡିଣ ନିଜଗୃହେ ପ୍ରବେଶ ହୋଇଲେ । ନୃପବାଳୀ ଯେ ।

 

ଅର୍ଜ୍ଜୁନଙ୍କ କଥା ବସେ ଭଳି ଯେ ।

। ୩।

 

 

ସତ୍ୟଭାମା କହନ୍ତି ଶୁଣ ହେ ଦାମୋଦର ।

 

ସଙ୍କୋଚ କଥା ଏ କହିବାକୁ ଲଜ୍ଜା ମୋର । ପ୍ରାଣନାଥ ହେ ।

 

କି କହିବି ସୁଭଦ୍ରାଙ୍କ କୃତ ହେ ।

।୪।

 

 

ଅର୍ଜ୍ଜୁନକୁ ଦେଖିଣ ସୁଭଦ୍ରା ବଶ ହେଲା ।

 

ଦିଅ ମୋତେ ଅର୍ଜ୍ଜୁନକୁ ବୋଲି କହୁଥିଲା । ଧରି ପାଦ ହେ ।

 

ସୁଭଦ୍ରା ଯେ ମଦନେ ବିଚ୍ଛେଦ ହେ ।

।୫।

 

 

ଗୋବିନ୍ଦ ବୋଇଲେ ଆମ୍ଭେ ଜାଣିଛୁଁ ସେ କଥା ।

 

ଅର୍ଘ୍ୟ ଦେଲା ବେଳୁ ଯେ ସୁଭଦ୍ରା ପୋତି ମଥା । ଅର୍ଜ୍ଜୁନକୁ ଗୋ ।

 

ଲେଉଟି ପଛକୁ ଚାହେଁ ତାକୁ ଗୋ ।

।୬।

 

 

ସତ୍ୟଭାମା ବୋଲନ୍ତି ଶୁଣ ହେ ହୃଷିକେଶ ।

 

ଯୁବା କନ୍ୟା ଗୃହେ ରଖିଥିଲେ ବଡ଼ଦୋଷ । ଧର୍ମ ନାଶ ହେ ।

 

ପିତୃଗଣେ ହୁଅନ୍ତି ନିରାଶ ହେ ।

।୭।

 

 

ତୁମ୍ଭଙ୍କୁ ଭକତି କଲା ତା କଷ୍ଟ ଫିଟାଅ ।

 

ଚଞ୍ଚଳ ହୋଇଣ ତାର ନିକଟକୁ ଯାଅ । ସଙ୍ଗେ ଘେନି ଗୋ ।

 

ଭେଟ ଯେ କରାଅ ଫାଲଗୁନୀ ଗୋ ।

।୮।

 

 

ସୋମବଂଶରେ ଯଦ୍ୟପି ହୋଇବ ସନ୍ତାନ ।

 

ବଳ ବିକ୍ରମରେ ହେବ ସେ ଅତି ପ୍ରଧାନ । ସେ କୁମର ଗୋ ।

 

ଜ୍ୱାମ୍ଭୁଦ୍ୱୀପେ ହେବ ନୃପବର ଗୋ ।

।୯।

 

 

 

 

 

 

ସତ୍ୟଭାମା ବୋଲନ୍ତି ବଡକୁ ପଚାରିବା ।

 

ଊତ୍ସବ କରି ଅର୍ଜ୍ଜୁନେ ପ୍ରଦାନ କରିବା । ଶୁଣ ଏବେ ହେ ।

 

ଜଗବନ୍ଧୁ କହେ ମଧ୍ୟ ପର୍ବେ ହେ ।

।୧୦।

 

 

ଅଗସ୍ତି କହନ୍ତି ଶୁଣ ମାନୁ ଦଣ୍ଡଧାରୀ ।

 

ସତ୍ୟଭାମାଙ୍କ ବଚନେ କହନ୍ତି ଶ୍ରୀହରି ।

।୧।

ଆଗୋ ସତ୍ୟଭାମା ଯାଅ ଯଶୋଦାଙ୍କ ପୁର ।

 

ଯଶୋଦା କହିବେ ବଳଦେବଙ୍କ ଛାମୁର ।

।୨।

 

 

ବଡ ନାସ୍ତି କଲେ ସୁଭଦ୍ରାଙ୍କୁ ଘେନି ଯିବ ।

 

ଅର୍ଜ୍ଜୁନଙ୍କ ପୁରେ ନେଇ ଭେଟ କରାଇବ ।

।୩।

ସତ୍ୟଭାମାଙ୍କୁ ଏସନ କହି ଶିରୀପତି ।

 

ଅର୍ଜ୍ଜୁନଙ୍କୁ ଘେନିଣ ରୁକ୍ମିଣୀ ପୁରେ ଯାନ୍ତି ।

।୪।

 

 

ମୁଣୋହି ବଢିଲେ ଯେ ଅର୍ଜୁନ ଦେବ ହରି ।

 

ଶୟନ କରିଲେ ପଙ୍ଖା ପକାନ୍ତି ଯେ ନାରୀ ।

।୫।

ରୁକ୍ମିଣୀ କାଳିନ୍ଦୀ ପ୍ରିୟା ପକାନ୍ତି ଚାମର ।

 

ନିଦ୍ରା ତେଜିଣ ବସିଲେ ପ୍ରଭୁ ଦାମୋଦର ।

।୬।

 

 

ଗରୁଡକୁ ସୁମରଣା କଲେ ନାରାୟଣ ।

 

ରମ୍ୟକ ଦ୍ୱୀପରୁ ମିଳେ ବନତାନନ୍ଦନ ।

।୭।

ଲକ୍ଷ୍ମୀଙ୍କି ଘେନିଣ ବିଜେ ଗରୁଡ ପିଠିରେ ।

 

ପ୍ରବେଶ ହୋଇଲେ ହରି ଗଙ୍ଗାର ତଟରେ ।

।୮।

କପିଳାସ କନ୍ଦରେ ଜାଣିଲେ ଶୃଳପାଶୀ ।

 

ବୃକ୍ଷର ପିଠିରେ ବିଜେ ପାର୍ବତୀକି ଘେନି ।

।୯।

ଗଙ୍ଗାକୂଳେ ଭେଟ ଯେ ହୋଇଲେ ହରିହର ।

 

ଈଶ୍ୱରଙ୍କ ପାଦେ ହରି କଲେ ନମସ୍କାର ।

।୧୦।

ଲକ୍ଷ୍ମୀ ବୋଲୁଛନ୍ତି ତୁମ୍ଭେ ଜଗତର ନାଥ ।

 

ଯୋଗୀ ଭିକ୍ଷାଶିଙ୍କ ପାଦେ କଲ ପ୍ରଣୀପାତ ।

।୧୧।

ଯାତ୍ରା ନ ଯୋଗାଏ ମୁଖ ଚାହିଁଲେ ତାଙ୍କର ।

 

ଭିକ୍ଷା ମାଗୁଥାନ୍ତି ବୁଲି ଏ ଦ୍ୱାରା ସେ ଦ୍ୱାରା ।

।୧୨।

ଶ୍ରୀହରି ବୋଲନ୍ତି ଆମ୍ଭ ଜ୍ୟେଷ୍ଠ ଭାଇ ସେହି ।

 

ତାଙ୍କୁ ଲକ୍ଷ୍ମୀ ନିନ୍ଦା ତୁମ୍ଭେ କଲ କାହିଁ ପାଇଁ ।

।୧୩।

ପାର୍ବତୀଙ୍କ ପାଦେ ଯାଇ କର ନମସ୍କାର ।

 

ମନୋବାଞ୍ଛା ପୂର୍ଣ୍ଣ ଏକା ହୋଇବ ତୁମ୍ଭର ।

।୧୪।

ଲକ୍ଷ୍ମୀ ବୋଲୁଛନ୍ତି ଯୋଗୀନାରୀ ଯୋଗିଆଶୀ ।

 

ତା ଛାର ହୋଇବ କି ମୋହର ଠାକୁରାଣୀ

।୧୫।

ସତୀପଣ ଜାଣିବି ଜିଣିଲେ ବୁଦ୍ଧିବଳେ ।

 

ତେବେ ମୁଁ ପଡିବି ପାର୍ବତୀଙ୍କ ପାଦତଳେ ।

।୧୬।

 

 

ଏତେ କହି ଲକ୍ଷ୍ମୀ ବିଜେ ପାର୍ବତୀ ଅଗ୍ରତେ ।

 

ଲକ୍ଷ୍ମୀ ପାର୍ବତୀ ବିଚାର କରନ୍ତି ଏକାନ୍ତେ

।୧୭।

ଲକ୍ଷ୍ମୀ ବୋଲୁଛନ୍ତି ଯେ ପାର୍ବତୀ ମୁଖ ଚାହିଁ ।

 

ମଧ୍ୟପର୍ବ ଭାରତରେ ଜଗବନ୍ଧୁ କହି ।

।୧୮।

 

 

ନୃପଗଣ ହେ । ଲକ୍ଷ୍ମୀ ପାର୍ବତୀଙ୍କ କଳି ଶୁଣ ହେ । ଦାୟକା ।

 

ଶୁଣ ହେ ନୃପତି ପାର୍ବତୀଙ୍କ ମୁଖ ଚାହିଁ ଲକ୍ଷ୍ମୀ କହୁଛନ୍ତି ।

 

ଭିକ୍ଷାଶୀ ଗୋଟା ଏ ଗଲା ଯେ ଏପଥେ ଦେଖିଅଛ କି ପାର୍ବତୀ କି ଅମ୍ବିକା ଗୋ ।

।୧।

ପାର୍ବତୀ ବୋଲନ୍ତି ଭିକ୍ଷାଶୀ ଜାଣନ୍ତି ଭିକ୍ଷାଶୀଙ୍କର ବାରତା ।

 

ବଳିଦ୍ୱାରେ ଭିକ୍ଷା ମାଗୁଥିଲେ ଯେହୁ ତାଙ୍କୁ ପଚାର ଏ କଥା କି କମଳା ଗୋ ।

।୨।

 

 

ଦେଖିଛ ପାର୍ବତୀ ତାଣ୍ଡବ ନୃତ୍ୟ ଯେ କରିବାକୁ ଜଣେ ଯାଏ ।

 

ଡମ୍ବରୁ ଖଣ୍ଡେକ ଧରିଣ ହସ୍ତରେ ଥେଇ ଥେଇ ନାଚୁଥାଏ କି ଅମ୍ବିକା ଗୋ ।

।୩।

ଶୁଣ ଗୋ କମଳା ବୃନ୍ଦାବନେ ଜଣେ ନୃତ୍ୟ କରୁଥିଲା ଯାଇ ।

 

ହସ୍ତରେ ମୁରଲୀ ତ୍ରିଭଙ୍ଗିମା ବେଶ ନାଚୁଥାଏ ଥେଇ ଥେଇ କି କମଳା ଗୋ ।

।୪।

 

 

ଲକ୍ଷ୍ମୀ ବୋଲୁଛନ୍ତି ଶୁଣ ଗୋ ପାର୍ବତୀ ଯୋଗୀ ଜଣେ କି ଦେଖିଛ ।

 

ମୃଗଛାଲ ହସ୍ତେ ଧରି ଗଲେ ପଥେ ଦେଖି କପଟ କରୁଛ କି ଅମ୍ବିକା ଗୋ ।

।୫।

ପାର୍ବତୀ ବୋଲନ୍ତି ଯାହାର ସେ ପତି ବରାହ ଯେ ଅବତାର ।

 

ମୃଗଙ୍କର ବୀଳି ବରାହେ ଜାଣନ୍ତି ତାହାଙ୍କୁ ଯାଇ ପଚାର କି କମଳା ଗୋ ।

।୬।

 

 

ଶୁଣ ଗୋ ପାର୍ବତୀ ଲେଙ୍ଗଟା ଲେଙ୍ଗୁଟି ମାରି ଜଣେ କିବା ଯାଏ ।

 

ଗଳେ ହାଡ଼ମାଳ ବିଭୁତି ଲେପନ ଚଢି ବୃଷଭ ଗୋଟାଏ କି ଅମ୍ବିକା ଗୋ ।

।୭।

ଶୁଣ ଗୋ କମଳା ଗୋରୁଙ୍କର ମେଳେ ବୃଷଭ ଯେ ଚରୁଥାଇ ।

 

ଗରୁଡେ ଜାଣନ୍ତି ବୃଷଭର କଥା ତାହାଙ୍କୁ ପଚାର ଯାଇଁ କି କମଳା ଗୋ ।

।୮।

 

 

ଲକ୍ଷ୍ମୀ ବୋଲୁଛନ୍ତି ଶୁଣ ମୋ ପାର୍ବତୀ ଦେଖିଛ କି ଭୂତ ଜଣେ ।

 

ମସାଣିଭୂମିରେ ଭୂତଙ୍କର ମେଳେ ରାତ୍ରରେ ବୁଲେ ଏଣେ ତେଣେ କି ଅମ୍ବିକା ଗୋ ।

।୯।

ପାର୍ବତୀ ବୋଲନ୍ତି ଶୁଣ ଗୋ କମଳା ଭୁତ ମୁହିଁ ନ ଦେଖଇ ।

 

କଳାଭୂତ ଜଣେ ରାଧୀକାକୁ ଲାଗେ ତାହାକୁ ପଚାର ଯାଇ କି କମଳା ଗୋ ।

।୧୦।

 

 

ପାର୍ବତୀଙ୍କି ଲକ୍ଷ୍ମୀ ଜିଣି ନ ପାରିଲେ ଚରଣେ ଭକତି କଲେ ।

 

ମନେ ବିଚାରିଲେ ଏଇ ମହାସତୀ ଦୀନ ଜଗବନ୍ଧୁ ବୋଲେ କି ସୁଜନେ ହେ ।

।୧୧।

 

 

ଅଗସ୍ତି କହନ୍ତି ଶୁଣ ମନୁ ନୃପବର ।

 

ଈଶ୍ୱରଙ୍କୁ ଦର୍ଶନ କଲେକ ଦାମୋଦର । ହରିହର ହେ ।

 

ଚଳିଲେ ଦ୍ଵାରକା କୈଳାସର ହେ ।

।୧।

 

 

କୃଷ୍ଣ ବାଣୀ ଶୁଣି ସତ୍ୟଭାମା ଚଳିଗଲେ ।

 

ଯଶୋଦାଙ୍କ ପାଦେଯାଇ ନମସ୍କାର କଲେ । ଠାକୁରାଣୀ ହେ ।

 

କଲ୍ୟାଣ କରନ୍ତି ନନ୍ଦଗଣୀ ହେ ।

।୨।

 

 

ସତ୍ୟଭାମା ବୋଲେ ଆଜ କହିବି କଥାଏ ।

 

ଅର୍ଜୁନକୁ ଦେଖିଣ ସୁଭଦ୍ରା ବଣା ହୋଏ । କି କରିବା ଗୋ ।

 

ଅର୍ଜୁନେ ସୁଭଦ୍ରା ବିଭା ଦେବା ଗୋ ।

।୩।

 

 

ଯଶୋଦା ବୋଲନ୍ତି ଜ୍ୟେଷ୍ଠପୁତ୍ର ହଳଧର ।

 

ତାହାକୁ ପଚାରିଣ କରିବା ବିଭାଘର । ସୁଭଦ୍ରାଙ୍କୁ ଗୋ ।

 

ବିଭା କରାଇବା ଅର୍ଜୁନକୁ ଗୋ ।

।୪।

 

 

ତୁମ୍ଭେ ଥାଅ ଆମ୍ଭ ପୁର ମୁ ଆସଇ ଶୁଣି ।

 

ଏତେ କହି ବଳଦେବ ପୁରେ ନନ୍ଦରାଣୀ । ଦେଖି ରାମ ହେ ।

 

ଜନନୀ ପାଦେ କଲେ ପ୍ରଣାମ ହେ ।

।୫।

 

 

ବେନିକର ଯୋଡି ପଚାରନ୍ତି ହଳଧର ।

 

କିଅର୍ଥେ ବିଜୟ କଲ ମାତଃ ଆମ୍ଭ ପୁର । କହ ସତ୍ୟ ଗୋ ।

 

ଆଜ ଆମ୍ଭପୁରେ ଉପଗତ ଗୋ ।

।୬।

 

 

ନନ୍ଦରାଣୀ ବୋଲେ ପୁତ୍ର ଶୁଣ ବଳଦେବ ।

 

ସୁଭଦ୍ରା ଆମ୍ଭର ଅର୍ଜୁନକୁ ବିଭାହେବ । ତୋ ମନକୁ ଯେ ।

 

ପାଇଲେ କନ୍ୟା ଦେବା ପାପକୁ ଯେ ।

।୭।

 

 

 

 

 

 

ଶୁଣି ବଳରାମ କର୍ଣ୍ଣେ ପକାଇଲେ ହସ୍ତ ।

 

ପାଣ୍ଡବେ ଅଟନ୍ତି ଗୋଳଭୁଣ୍ଡା ଜାରିଜାତ । ଅର୍ଜୁନକୁ ଗୋ ।

 

ନ ଦେବା ଆମ୍ଭର ସୁଭଦ୍ରାକୁ ଗୋ ।

।୮।

 

 

ବନ୍ଧୁପଣକୁ ପାଣ୍ଡବେ ନୁହନ୍ତି ଭାଜନ ।

 

ଆମ୍ଭେ ବର କରିଅଛୁଁ ରାଜା ଦୁର୍ଯ୍ୟୋଧନ । ଆଗୋ ମାତ ଗୋ ।

 

ବନ୍ଧୁପଣେ ଯୋଗ୍ୟ କୁରୁନାଥ ଗୋ ।

।୯।

 

 

ସୁବର୍ଣ୍ଣ ଫୁଟଇ ପାଦ ପଡନ୍ତେ ଯାହାର ।

 

କୃଷ୍ଣ ନ ଜାଣିବେ ଯେ କରିବା ବିଭାଘର । ବୁଝି ଦିନ ଗୋ ।

 

ବିଭା କରାଇବା ଦୁର୍ଯ୍ୟୋଧନ ଗୋ ।

।୧୧।

 

 

ବଳରାମଙ୍କର ବାଣୀ ଶୁଣି ନନ୍ଦରାଣୀ ।

 

ବାହୁଡ଼ିଣ ସତ୍ୟଭାମା ଆଗେ କହେ ବାଣୀ । ନନ୍ଦରାଣୀ ହେ ।

 

ଜଗବନ୍ଧୁ ମଧ୍ୟପର୍ବେ ଭଣି ହେ ।

।୧୧।

 

 

ଏଥୁଅନ୍ତେ ସତ୍ୟଭାମା ପାଶେ ନନ୍ଦରାଣୀ ।

 

କହନ୍ତି ଅର୍ଜ୍ଜୁନେ ନାସ୍ତି କଲେ ହଳପାଣି ।

।୧।

ସୁଭଦ୍ରାକୁ ବିଭା ହେବ କୁରୁ ନୃପବର ।

 

ଅର୍ଜୁନକୁ ନାସ୍ତି କଲେ କରିବାକୁ ବର ।

।୨।

 

 

ଏସନ ଶୁଣିଣ ସତ୍ୟଭାମା ବାହୁଡ଼ିଲେ ।

 

ସକଳ ସଙ୍କେତ କୃଷ୍ଣ ଆଗରେ କହିଲେ ।

।୩।

ଏସନ ଶୁଣି ଗୋବିନ୍ଦ ବୋଲନ୍ତି ଉତ୍ତର ।

 

ସୁଭଦ୍ରାଙ୍କୁ ଘେନି ଗଲେ ଅର୍ଜ୍ଜୁନଙ୍କ ପୁର ।

।୪।

 

 

ଦେଖିବା କେମନ୍ତେ ବିଭା ହେବ ଦୁର୍ଯ୍ୟୋଧନ ।

 

ଗୁପତେ ଭେଟ କରାଅ ସୁଭଦ୍ରା ଅର୍ଜୁନ ।

।୫।

ଅର୍ଜୁନଙ୍କ ସଙ୍ଗେ ସୁଭଦ୍ରାର ଭେଟ ହେଲା ।

 

ଦିନ ଜଗବନ୍ଧୁ ଏହା ଗୀତରେ ଗାଇଲା ।

।୬।

ସମାପ୍ତ ।

 

ରାଧିକାଙ୍କ ଅନୁରାଗ ।

 

ଫୁଲ ମନାସ ବୃତ୍ତେ ।

 

ରାଧା ଧରି ସଖି କର ।

 

ବୋଲନ୍ତି ଆକଟ ଆହୁ ନ କର ଗୋ ।

 

ଲାଜ ଭୟ ଛାଡିଲି ନିକର ସଜନି ଗୋ ।

।୧।

 

 

ଘନଶ୍ୟାମ ଗୁଣମାନ ।

 

ରଖି ଅଛି କି ମୋ ଧୈର୍ଯ୍ୟ ଗୁମାନ ଗୋ ।

 

ମନ ଦହୁଛି ତା ସନମାନ । ସ ।

।୨।

 

 

ତୁଚ୍ଛ ମୋହିବା ମୁନିଙ୍କି ।

 

ତାଙ୍କୁ ପ୍ରୀତିପଣେ ଯୋଗ୍ୟ ମୁ ନିକି ଗୋ ।

 

ଅଳଙ୍କାର ସେତ ଅବନିକି ସଜନି ଗୋ ।

।୩।

 

 

ଶୁଣି ତାଙ୍କ କଥା ପଦେ ।

 

ରମା ଉମା ପ୍ରାଣ ବିକିବେ ପଦେ ଗୋ ।

 

ନାରୀ ନରସିବେ ଇନ୍ଦ୍ରପଦେ ସଜନି ଗୋ ।

।୪।

 

 

ଅନାଇ ଯାହା ବଦନ ।

 

ପବି ହେଲେ ହେବ ମୋହି ମଦନ ଗୋ ।

 

ସୁଖାନନ୍ଦ ଅମୃତସଦନ । ସ ।

।୫।

 

 

ଦେଖିଲେ ପତି ବରତି ।

 

ଦମ୍ଭ ତେଜି ଆଚରିବେ ପୀବତି ଗୋ ।

 

ନାଗନାରୀ ଇଛିବେ ସୁରତି ସ ଗୋ ।

।୬।

 

 

ଗତି କରନ୍ତେ ପଥରେ ।

 

ଦ୍ରଦ୍ଧ ହୋଇ ବହି ଯିବେ ପଥରେ ଗୋ ।

 

ନ ଭୁଲିବ କେ ମନ ମଥରେ ସ ।

।୭।

 

 

 

 

ଦିନେ ମୋ ନେତ୍ରପଥରେ ।

 

ପଡିଗଲେ ବାଙ୍କଚୂଳିଆ ଥରେ ଗୋ ।

 

ଆଜଯାଏ ମୋ ହୃଦୟ ଥରେ ସଜନି ଗୋ ।

।୮।

ଦମ୍ଭ ବଳିଲେ ପବି କି ଆଣି ରଖିବ କେ ଚାହିଁ ଛବିକି ଗୋ ।

 

ମୁତ ସାରିଲିଣି ମାନ ବିକି ସ ଗୋ ।

।୯।

ନାହିଁ ପୂର୍ବେ ପୁଣ୍ୟ କରି ।

 

ସୁମନେ ମନାଇ ନାହିଁ ଶଙ୍କରୀ ଗୋ ।

 

ହେବି କି କରି ତାଙ୍କ କିଙ୍କରୀ ସ ।

।୧୦।

ଚାହିଁ ମୁଖ ଦରପଣେ ।

 

ବିଚାରଇ ହେଲେ ମୋପରି ପାଶେ ଗୋ ।

 

ଶୋଭା ନ ଦିଶିବେ ଦାସୀପଣେ ସ ।

।୧୧।

ମୁରଲୀ ମୁଖେ ସୁନ୍ଦର ।

 

ଡୋଳା ଖେଳାଇବା ଭଙ୍ଗି ସୁନ୍ଦର ଗୋ ।

 

ନାହିଁ କାହିଁ ମେଦିନୀ ମଧ୍ୟର ସ ।

।୧୨।

ସ୍ମିତ ରଙ୍ଗୀମା ଅଧରେ ।

 

ତ୍ରିଭଙ୍ଗିଛନ୍ଦରେ ମୁରଲୀ ଧରେ ଗୋ ।

 

ନାହିଁ ସେ ଶୋଭା ଅଧ ଉର୍ଦ୍ଧ୍ୱରେ ସ ।

।୧୩।

 

 

ଅଳକାବୃତ ଲପନ ।

 

ବେଳେ ବେଳେ କରି ଦିଏ କମ୍ପନ ଗୋ ।

 

ଦେଖି ନ ଦେଖିବ କେ ସ୍ୱପନ ସ ।

।୧୪।

 

 

ମକରକୁଣ୍ଡଳ ଗତି ।

 

ଶ୍ରୁତିରେ ଅଗମ୍ୟ ସୃତି ସଙ୍ଗତି ଗୋ ।

 

ଦେଖି ନେତ୍ର ପାଇଥାଏ ଗତି ସ ।

।୧୫।

 

 

ଗୁଞ୍ଜ ଗୁଞ୍ଜରା ଖଞ୍ଜିତ ।

 

ଗୋଟି ମଲ୍ଲିବେଢା ଯୁଡା ରଞ୍ଜିତ ଗୋ ।

 

କେକୀପୁଚ୍ଛ ତହିଁ ବିରାଜିତ ସ ।

।୧୬।

 

 

ଜାମୁଡାଲି ଖୋସିବାର ।

 

କିଆପତ୍ର ବେଢ଼ ତହିଁ ଦେବାର ଗୋ ।

 

ଦମ୍ଭ ନାଶନତ ସେ ଯୁବାର ସ ।

।୧୭।

 

 

ନାଶେ ଗଜମୋତିବର ।

 

ଥୋପ ମେଲିଛିକି କାମଧୀବର ଗୋ ।

 

ଭେଦ କରେ ନେତ୍ରରାଜିବର ସ ।

।୧୮।

 

 

 

 

ଭାଲେ ଚିତା ଗୋରୋଚନା ।

 

କସ୍ତୁରୀ ତିଳକ ମଧ୍ୟେ ରଚନା ଗୋ ।

 

ବିନାଶକ ସେ ବାମଲୋଚନା ସ ।

।୧୯।

 

 

କଣ୍ଠେ କଉସ୍ତୁଭ ମାନି ।

 

କଳାମେଘେ ଉଦେ କି ଦିନମଣି ଗୋ ।

 

ରତ୍ନ ହାର ନବଗ୍ରହ ମଣି ସ ।

।୨୦।

 

 

ଶୋଭା ପୀତବସନରେ ।

 

ବିଜୁଳି ଶୋଭେ କି ନବଘନରେ ଗୋ ।

 

ଦେଖି ମାନ ନ ରହେ ମନରେ ସ ।

।୨୧।

 

 

କଟିତଟରେ କିଙ୍କିଣି ।

 

କିଜାତି ମଧୁର ଶୁଭେ ତା କିଣି ଗୋ ।

 

ବଳତ୍କାରେ ମାନ ନିଏ କିଣି ସ ।

।୨୨।

 

 

ପାଦେ ରୁଣିତ ନୁପୁର ।

 

ନାଦେ ଚମକାଏ ଅମରପୁର ଗୋ ।

 

କାହା ହୃଦ ନୋହେ ରସପୁର ସ ।

।୨୩।

 

 

 

 

 

 

ନଟବର ମନୋହର ।

 

ଦେଖିଲେ ମୋହିତ ହୋଇବେ ହର ଗୋ ।

 

ନାରୀ ବାଞ୍ଛା ହେବ ଅ ଦେହର ସ ।

।୨୪।

 

 

ଅଲକ୍ଷ ସିଂହାସନର ।

 

ଶୋଭା ନର ନାରୀ ନାଗ କିନ୍ନର ଗୋ ।

 

ପୂଜାପ୍ରତିମା ସେ ମଦନର ।

।୨୫।

 

 

କି ଛାର ନରତରୁଣୀ ।

 

ଦେବସ୍ତିରୀ ହେବେ ସୁରତେ ଋଣିଗୋ ।

 

ଶୋଭା ଦେଖି ରସିବେ ବାରୁଣୀ ସ ।

।୨୬।

 

 

ସେ ଶୋଭାସୃଷ୍ଟି ସାମନ୍ତ ।

 

ଅଛଇ ତହିଁରେ ଗୁଣ ତେମନ୍ତ ଗୋ ।

 

ଘେନ ପ୍ରିତିଆପଣ କେମନ୍ତ ସ ।

।୨୭।

 

 

ମୋତେ ଲଭିନା ହିତରେ ।

 

ଅନୁସରି ଥାନ୍ତି କେତେ ମତରେ ଗୋ ।

 

ବଶ ନୋହିବ କେ ତେମନ୍ତରେ ସ ।

।୨୮।

 

 

 

 

 

 

ମୋ ଗତାଗତ ବାଟରେ ।

 

ଜଗି ବସିଥାନ୍ତି ସେ କପଟରେ ଗୋ ।

 

ମାତ୍ର ଦରଶନ ଲମ୍ପଟରେ ସ ।

।୨୯।

 

 

ଲେଖନ୍ତି ଗତିପଥରେ ।

 

ପ୍ରାଣ ବିକା ସରେ ମନମଥରେ ଗୋ ।

 

ଭୁରୁ ମର ମୋର ବୋଲେ ଥରେ ସ ।

।୩୦।

 

 

ମୋ ପଦଚିହ୍ନ ଧୂଳିକି ।

 

ବୋଲି ଦିଅନ୍ତି ସେ ହୃଦସ୍ଥଳିକି ଗୋ ।

 

ଲୁଚିଯାଇ ସେ ସ୍ନେହାବଳିକି ସ ।

।୩୧।

 

 

କୁସୁମତୋଳା ବନରେ ।

 

ଲେଖନ୍ତି କେତକୀ ସ୍ୱଚ୍ଛ ଦଳରେ ଗୋ ।

 

ଗଣ ସଙ୍ଗେ ଗଣ ଏ ଦୀନରେ ସ ।

।୩୨।

 

 

ମଧୁପକୁ ମାଧବିକା ।

 

ଯେମନ୍ତ ତେମନ୍ତ ତୁ ମୋ ଜୀବିକା ଗୋ ।

 

ସ୍ୱଇଚ୍ଛାରେ ହୋଇଛି ମୁ ବିକା ସ ।

।୩୩।

 

 

 

 

 

 

ଏହା ପଢିଲା ଦିନରୁ ।

 

ପାସୋରି ନ ଗଲା ଦିନେ ମନରୁ ଗୋ ।

 

ସେତ ଅଧିକ ମୋ ଜୀବନରୁ ସ ।

।୩୪।

 

 

କହନ୍ତି ମିତ ଆଗରେ ।

 

ଝାସ ଦେବୀ ଯାଇ ଗଙ୍ଗାସାଗରେ ଗୋ ।

 

ତିଳ ହେବି ବନ୍ଧୁ ଶ୍ରୀଅଙ୍ଗରେ ସ ।

।୩୫।

 

 

ତାନାମ ଗାଇ ତୁଣ୍ଡରେ ।

 

ପ୍ରୀତି ଡ଼ମ୍ବରୁ ବଜାଇ ଦାଣ୍ଡରେ ଗୋ ।

 

ଭିକ୍ଷା ମାଗୁଥିବି ବ୍ରହ୍ମାଣ୍ଡରେ ସ ।

।୩୬।

 

 

ତାନାମ ଲେଖା ଛାପରେ ।

 

ଛାଇ ହୋଇଥିବି ହୃଦ ଉପରେ ଗୋ ।

 

ଧ୍ୟାଇ ଥିବି ତାହା ସ୍ୱରୂପରେ ସ ।

।୩୭।

 

 

କେହି ଯାଇ ସନ୍ନିଧରେ ।

 

ଜଣାଇବ ଯେବେ କୃପାନିଧିରେ ଗୋ ।

 

ଦୟା ହୋଇବ କି ନାହିଁ ଥରେ ସ ।

।୩୮।

 

 

 

 

 

 

ଏହା ଯେବେ ଶୁଣାଯିବ ।

 

ପଥର ହୋଇଲେ ତରଳି ଯିବା ଗୋ ।

 

ପତିବ୍ରତ କେହୁ ନ ତେଜିବ ସ ।

।୩୯।

 

 

ଭଙ୍ଗ ଭୋଗ ଚନ୍ଦ୍ରମଲ୍ଲୀ ।

 

ଦେଖି ଦେଖାଇ ଥରି ଠାରି ଦେଇ ମଲି ଗୋ ।

 

ଏହା ଦେଖି କାହିଁକି ନ ମଲି ସ ।

।୪୦।

 

 

ରଜକୀ ତୋଷି ଧନରେ ।

 

ବୋଲୁଥାନ୍ତି କେଡେ ସନମାନରେ ଗୋ ।

 

ମୋ ବସନ ଅଙ୍ଗ ମିଳନନରେ ସ ।

।୪୧।

 

 

ମୋ ସ୍ନାନ ଜଳଘାଟରେ ।

 

ଭାସିଲି ବୋଲି ପବନ୍ତି ହଟରେ ଗୋ ।

 

ଛଡା କୁସୁମ ଲବ୍ଧଲଟରେ ସ ।

।୪୨।

 

 

ଛଡ଼ାମାଳକୁ ଲୋଡାଇ ।

 

କି ସ୍ନେହରେ ନେଇ ଚୁଳେ ଗୁଡ଼ାଇ ଗୋ ।

 

ହେଲେ ଇନ୍ଦ୍ରେ କରନ୍ତି ବଡାଇ ସ ।

।୪୩।

 

 

 

 

 

 

ଚୂତ ପଳିତପତର ।

 

ହୃଦରେ ଲାଗନ୍ତି ହୋଇ କାତର ଗୋ ।

 

ବାସ ପରିଧାନ ହରିତର ସ ।

।୪୪।

 

 

ରୋଚନା ଚିତା ଭାଲରେ ।

 

ବସନ୍ତପକ୍ଷୀ ଧରନ୍ତି ଜାଲରେ ଗୋ ।

 

ନେତ୍ର ସ୍ଥକିତ ଷଶ ଫୁଲରେ ସ ।

।୪୫।

 

 

କିଶଳୟ ଭାଙ୍ଗି କରେ ।

 

ଆଦରେ ଖୋସନ୍ତି ସେ ମସ୍ତକରେ ଗୋ ।

 

କର ନିବେଶନ୍ତି କରଜରେ ସ ।

।୪୬।

 

 

ଧରି ଅଳି ନଲିନରେ ।

 

ମିଳାନ୍ତି ପୁଣି କି ଘେନି ମନରେ ଗୋ ।

 

ସୁଖୀ ଦେଖି ଖେଳା ଖଞ୍ଜନରେ ସ ।

।୪୭।

 

 

ଶୁଣି ପିକ ଭାରତୀକି ।

 

ଧୀରେ ନିବେଶନ୍ତି ଦକ୍ଷଶ୍ରୁତିକି ଗୋ ।

 

କେତେ ପ୍ରଶଂସା ହଂସଗତିକି ସ ।

।୪୮।

 

 

 

 

 

 

ଦେଖିଲେ ନବ ତମାଳ ।

 

ଖଞ୍ଜି ଦେଉଥାନ୍ତି କୁସୁମମାଳ ଗୋ ।

 

କରୁଥାନ୍ତି କୋଳ କୃତମାଳ ସ ।

।୪୯।

 

 

ଚାହୁଁ ପଦ୍ମ ବଂଶୀଧର ।

 

ଗୋଜ ହୋଇ ଯାଉଥାଇ ଅଧର ଗୋ ।

 

ନେତ୍ର ହୋଇଯାଏ ଜଳଧର ସ ।

।୫୦।

 

 

ଏଜାତି ମମତାମାନ ।

 

କରୁଛ ଏହା କେ କି ଅନୁମାନ ଗୋ ।

 

ମୁତ ଘେଁନିଛିଁ ଏସନମାନ ସ ।

।୫୧।

 

 

ଦେଖି ଶୁଣି ଜାଣି କରି ।

 

କେଉଁ ଗୁଁଆରୀ ନୋହିବ କିଙ୍କରୀ ଗୋ ।

 

ମାନସତ ଅବାରଣ କରି ସ ।

।୫୨।

 

 

ଧରୁଛି ତୁମ୍ଭର କର ।

 

ସଖିପଣ ଗୁଣ ଏତିକି କର ଗୋ ।

 

ନେଇ କରାଅତା ପରିଚାର ସ ।

।୫୩।

 

 

 

 

 

 

ସେ ଯେତେ ଝତି ରଚଇ ।

 

ହୃଦୟ ଭିତରେ ମୋର ନାଚଇ ଗୋ ।

 

ତାହା ବିନା କି ବଧା ବଞ୍ଚଇ ସ ।

।୫୪।

 

 

ବାଜୁ ଦୁଷଣ ଘୋଷଣ ।

 

ହେଲେ ହେବ ପଛେ ନାନା କଷଣ ଗୋ ।

 

ମୃତ କଲିଣି ନିନ୍ଦା ଭୁଷଣ ସ ।

।୫୫।

 

 

ଭୟକୁ ତେଜ ବହନ ।

 

ବେଗେ ଦେଖାଅ ସେ କାମମୋହନ ଗୋ ।

 

ନ କଲେ ହେବଟି ବହନ ସ ।

।୫୬।

 

 

ଶୁଣି କିଶୋରୀ ଭାରତୀ ।

 

ସଖିସମୂହ ହୋଇଲେ ଅରତି ଗୋ ।

 

ହୃଦ ଭିତରେ ହେଲେ କରିକି ସ ।

।୫୭।

 

 

ଦୀନ ଅଭିମନ୍ୟୁ ଜୀବ ।

 

ରାଧା ଭାବ ଭାବି ବାହାରି ଯିବ ହେ ।

 

ସତେ ଏ ଭାଗ୍ୟ କି ଦେଖା ଯିବ

 

ଗୋବିନ୍ଦ ହେ ।

।୫୮।

 

 

ବନବିଜେ ଚଉତିଶା ।

 

 

 

କହନ୍ତି ରାମଚନ୍ଦ୍ର ଶୁଣ ଗୋ ସୀତା ।

 

କଲି ବଣକୁ ଯିବ ନ କର ଚିନ୍ତା ଗୋ ।

 

କଉଶଲାଙ୍କ ପାଶେ ଥିବ ଏକାନ୍ତ ।

 

କର୍ମ୍ମରେ ବିହି ଲେଖିଅଛି ଏମନ୍ତ ଗୋ ।

।୧।

 

 

ଖରତରେ ଜାନକୀ ଉଠିଲେ ଶୁଣି ।

 

ଖରେ ବନକୁ ନିଅ କୋଦଣ୍ଡପାଣି ହେ ।

 

ଖଳ ବଚନ କେହୁ ସହିବ ମୋର ।

 

ଖଳନଳ ନୟନୁ ବହିବ ନୀର ହେ ।

।୨।

 

 

ଗହନ ବନେ ସଖି ନ ପାଇ ସୁଖ ।

 

ଗଲେ ତୁ ଦେବୁ ମୋତେ ଦାରୁଣ ଦୁଃଖ ଗୋ ।

 

ଗଳାମର୍କତମାଳୀ ଜନକସୂତା ।

 

ଗଜଗମନି ଗଲେ ପାଇବୁ ବ୍ୟଥା ଗୋ ।

।୩।

 

 

ଘୋଷୁ ମୁଁ ଥିବି ପୁରେ କାନାମ ବସି ।

 

ଘୋର ବିପତ୍ତି ହେବ ଦିବସ ନିଶି ଗୋ ।

 

ଘନବରନ ନାଥ କୋଦଣ୍ଡପାଣି ।

 

ଘନ ଚାତକ ପ୍ରାୟେ ଝୁରିବ ପୁଣି ହେ ।

।୪।

 

 

ନ କର ଚିନ୍ତା ସଖି ମୋ ପ୍ରାଣପ୍ରିୟେ ।

 

ନରେନ୍ଦ୍ରଜେମା ମନେ ନ କର ଭୟେ ଗୋ ।

 

ନାହିଁ ନ କର ମୁ ଯେ ଯିବଇ ବନ ।

 

ନ ଗଲେ ସତ୍ୟଭଗ୍ନ ହେବ ରାଜନ ଗୋ ।

।୫।

 

 

ଚନ୍ଦ୍ରବଦନୀ କହେ ଆହେ ରାଘବ ।

 

ଚକୋର ତ୍ୟଜିବ କି ଚନ୍ଦ୍ରମାଭାବ ହେ ।

 

ଚଳ ବନକୁ ମୋତେ ସଙ୍ଗରେ ଘେନି ।

 

ଚକ୍ଷୁ ଗଲେ କି ପ୍ରାଣ ରହିବ ପୁଣି ଗୋ

।୬।

 

 

ଛନ୍ଦ କପଟ କଲେ କୈକେୟୀ ମାତା ।

 

ଛଳେ ବନକୁ ଯାଅ ବୋଇଲେ ପିତା ଗୋ ।

 

ଛନ୍ଦ କରିଣ କରାଇଲେ ସେ ସତ୍ୟ ।

 

ଛାଡ଼ିବେ ରାମ ରାଜ୍ୟ ରାଜା ଭରତ ଗୋ ।

।୭।

 

 

ଜନକ ଦେଲେ ଶୁଦ୍ଧ ମନରେ ଥାଇ ।

 

ଯତ୍ନେ ଯାଅ ବିଇଲେ ପ୍ରଦୀପ ଛୁଇ ହେ ।

 

ଜୀବନ ଯାଉ ଜପି ତୁମ୍ଭରି ନାମ ।

 

ଯେବେ ତେଜିବ ପ୍ରଭୁ ଅଯୋଧ୍ୟା ଗ୍ରାମ ହେ ।

।୮।

 

 

ଝସନୟନୁ ନୀର ବାହାରି ପୁଣି ।

 

ଝୁରିବେ ମାତା ଆଦି ସମସ୍ତ ରାଣୀ ଯେ ।

 

ଝାମ ବାଜିଲା ପରି ହୋଇଲେ ରାମ ।

 

ଝଟତି ବିହି ମୋତେ ହୋଇଲା ବାମ ।

।୯।

 

 

ନୃପନନ୍ଦନ ଆହେ ଅଯୋଧ୍ୟାନାଥ ।

 

ନିରେଖି ଯୁବତୀ କି ହେବି ଅନାଥ ହେ ।

 

ନବୀନ ବୟସୀ ମୁଁ ଅବଳା ନାରୀ ।

 

ନୋହିଲି ଯୋଗ୍ୟ ପଦ୍ମ ପାଦକୁ ସରି ହେ ।

।୧୦।

 

 

ଟୀକା ହୁଅନ୍ତା ରାତ୍ର ହୋଇଲେ ଶେଷ ।

 

ଟୀକା ଭାଙ୍ଗିଲା ଏବେ ବନରେ ବାସ ଗୋ ।

 

ଟାଣ ଯେ କହି ନୋହେ କୈକେୟୀ ମାତା ।

 

ଟାକି ଯେ ରହିଥିଲା ଖଳ ବିଧାତା ଗୋ ।

।୧୧।

 

 

ଠାକୁର ଆଉ ନାହିଁ ତୁମ୍ଭ ବିହୀନେ ।

 

ଠାବ ନାହିଁ ମୋ ନବପଞ୍ଚ ଭୁବନେ ହେ ।

 

ଠିକେ ନାଶିଲ ବନେ ତାଡକାସ୍ତୁରୀ ।

 

ଠଶ ପାଦ ଲାଗିଣ ଅହଲ୍ୟା ତାରି ହେ ।

।୧୨।

 

 

 

 

ଡୋଳାପ୍ରତିମା ମୋର ଜନକଜେମା ।

 

ଡାଳିମ୍ବବୀଜଦନ୍ତୀ ଅତି ସୁସମା ଗୋ ।

 

ଡରିବୁ ବନେ ଗଲେ ରୁଷି କୁମାରି ।

 

ଡାକିବୁ କାହ୍ନା ନାମେ କି ବୋଲି କରି ଗୋ ।

।୧୩।

 

 

ତାଳେ ନିରାଶ କରି ଯିବ କି ବନ ।

 

ଢଳି ନ ଯାଇ କିପାଁ ରହେ ଜୀବନ ହେ ।

 

ଢାଳେ ଚାତକ ଜଳଧରକୁ ଆଶା ।

 

ଢ଼ୋକି ଗରଳ ପ୍ରାଣ କରିବି ନାଶ ହେ ।

।୧୪।

 

 

ଆଣି ବିଧାତା ମୋତେ ଏ ଦଶା ଦେଲା ।

 

ଅଶିମା ଆଦି ମୋର ଛଡାଇ ନେଲା ଗୋ ।

 

ଅଇଲି ସଖି ମୁହିଁ କହିବା ପାଇଁ ।

 

ଅନର୍ଥ କଥା ମୋତେ କହ କିପାଇଁ ଗୋ ।

।୧୫।

 

 

ତୋ ପରେ ବିଶ୍ୱନାଥ ପ୍ରସନ୍ନ ହେଲେ ।

 

ତୁମ୍ଭର ଦାସୀ ହେବି ବୋଲି ବୋଇଲେ ଗୋ ।

 

ତୁମ୍ଭେ ନ ଯାଉ ଆଗ ଯିବି ମୁଁ ବନ ।

 

ତିନି ଭୁବନେ ଥିବ କୀରତି ମାନ ଗୋ ।

।୧୬।

 

 

 

 

ଥରେ ନ ଘେନ କିପାଁ ମୋର ଦଇନୀ ।

 

ଥରହର ହେଉଚି ନୟନ ବେନି ଗୋ ।

 

ଥାଅ ନିଶ୍ଚିନ୍ତ ହୋଇ ଅଯୋଧ୍ୟା ପୁର ।

 

ଥାନ ଛାଡିଲେ ସଖି ହେବୁ ଅନ୍ତର ଗୋ ।

।୧୭।

 

 

ଦୂଷଣ କଥାମାନ ଭୂଷଣ ହେବ ।

 

ଦିନମଣି ବଂଶରେ କଳଙ୍କ ହେବ ଯେ ।

 

ଦିନ ସାରିବି ଚାହିଁ କାହା ବଦନ ।

 

ଦିନକୁଦିନ ବାଧୁଥିବ ମଦନ ଯେ ।

।୧୮।

 

 

ଧରଣୀ ମଣ୍ଡନାରେ ଆଜନ୍ମସୁଖୀ ।

 

ଧରି ମୋ କର ଏବେ ହୋଇବୁ ଦୁଃଖୀ ଗୋ ।

 

ଧରିବ ନାହିଁ ମାନେ ବିମନ ପୁଣି ।

 

ଧ୍ରୁବଲୋକରେ ମୋତେ ଅଛନ୍ତି । ଶି ଗୋ ।

।୧୯।

 

 

ନ କଲା ବିହି ଆଉ ମୋଦୋଷ କ୍ଷମା ।

 

ନୃପତନୁଳା ମୁହଁ ଅଯୋଧ୍ୟା ବାମା ଗୋ ।

 

ନୃପତିମାନଙ୍କର ମୁକୁଟମଣି ।

 

ନୃପତି ହେଲେ ହେବି ମୁ ପାଟରାଣୀ ଗୋ ।

।୨୦।

 

 

 

 

ପିତା ସତ୍ୟ ପାଳିଣ ଯିବି ମୁ ବନ ।

 

ପ୍ରାଣବଲ୍ଲଭ ପ୍ରିୟା ନ କର ମାନ ଗୋ ।

 

ପତ୍ରକୁଟିରେ ଦିନ ବଞ୍ଚିବି ମୁହିଁ ।

 

ପଲ୍ଲବଚୟ ଆଣି ଶେଯ ସେଯାଇ ଗୋ ।

।୨୧।

 

 

ଫାନ୍ଦେ ପକାଇ ମୋତେ ବନ୍ଦ କରିବି ।

 

ଫାଇଁ ଦୁଃଖସାଗରେ ଭସାଇ ଦେବ ହେ ।

 

ଫୁଲଶା ହୋଇ ଆଉ ଦିନେ ନୋହିବି ।

 

ଫେରି ମୋ ଦୁଃଖ କାହା ଆଗେ କହିବି ଗୋ ।

।୨୨।

 

 

ବନମାନବମାନେ ଦେଖିଲେ ପୁଣି ।

 

ବୋଲିବେ ଯତୀ ସଙ୍ଗେ ଏକ ତରୁଣୀ ଗୋ ।

 

ବନେ ଆଣିଲେ ଏହୁ କାହା କୁମାରୀ ।

 

ବୁଲୁଛନ୍ତି ଧନୁଶରକୁ ଧରି ଗୋ ।

।୨୩।

 

 

ଭରତ ହେବ ଯେବେ ଅଯୋଧ୍ୟାପତି ।

 

ଭିକ୍ଷୁକ ହୋଇ ତୁମ୍ଭେ ବୁଲିବ କ୍ଷତୀ ଗୋ ।

 

ଭରସା ନାହିଁ ମୋର କା ପାଶ ଯିବ ।

 

ଭକ୍ଷିବ କନ୍ଦମୂଳ ସଙ୍ଗରେ ଥିବି ଯେ ।

।୨୪।

 

 

 

 

ମନରୁ ଛାଡି ସଖି ସେ କଥାମାନ ।

 

ମହିଳାମଣି ମୋର ଗଳା ରତନ ଗୋ ।

 

ମତ୍ତଗଜଗମନି ନୁହ ବିରସ ।

 

ମୁଖ ଦେଖିଲେ ଦୁଃଖ ହୋଇବ ନାଶ ଗୋ ।

।୨୫।

 

 

ଯୁବତିମାନଙ୍କର କାନ୍ତି ଭୂଷଣ ।

 

ଯାବତ କଥା କହି ମୋହିବି ପୁଣ ଗୋ ।

 

ଜଗତପ୍ରଭୁ ଯେବେ କଲ ନିରାଶ ।

 

ଜୀବନ ଯାଉ ମୋର ଶମନ ପାଶ ହେ ।

।୨୬।

 

 

ରାତ୍ର ପାହିଲେ ହେବ ଅଷ୍ଟମ ଦଶା ।

 

ରାଜିବନେତ୍ରୀ ଆଉ ନ କର ଆଶା ଗୋ ।

 

ରବି ବେଳକୁ ମୁହିଁ ନ ପାରେ ଜିଣି ।

 

ରଖି ନ ଦେବ ମୋତେ ଗ୍ରାମରେ ପୁଣି ଗୋ ।

।୨୭।

 

 

ଲଲାଟେ ଅଛି ମୋର ବିହି ଲେଖନ ।

 

ଲଭିବି ଅବଶ୍ୟ ମୁ କେ କରେ ଆନ ଗୋ ।

 

ଲକ୍ଷେ ମୁ ଚମ୍ପା ଦେଲି ଶିବଙ୍କୁ ନେଇ ।

 

ଲଭିବ ତୁମ୍ଭ ତନୁ ମୋ ଅଙ୍ଗେ ଯାଇଁ ଯେ ।

।୨୮।

 

 

 

 

ବନସ୍ତମାନଙ୍କରେ ଅସୁର ସ୍ଥାନ ।

 

ବଡ ଭୀତି ଲଭିବୁ ଦେଖି ଏମାନ ଗୋ ।

 

ବଡଭି ପୁରେ ଥାଅ ସଖିଙ୍କ ମେଳେ ।

 

ବନଜମୁଖୀ ବନ ନ ଯାଅ ହେଳେ ଗୋ ।

।୨୯।

 

 

ଶିବଧନୁ ଭାଙ୍ଗିଲ ଅଯୋଧ୍ୟା ଯାଇ ।

 

ସୁମନମାଳ ଦେଲି ଗଳାରେ ନେଇ ଯେ ।

 

ଶରଣ ଦେଲେ ତାତ ଚରଣତଳେ ।

 

ସମ୍ଭାଳି ନିଅ, ମୋତେ ବାହୁଯୁଗଳେ ଯେ ।

।୩୦।

 

 

ସାନୁଜ ଭ୍ରାତ ନାହିଁ ଅଯୋଧ୍ୟା ପୁର ।

 

ଶତ୍ରୁଘନ ଯାଇଛି ମାତୁଳ ଘର ଯେ ।

 

ସଉମିତ୍ରୀ ଜାଣିଲେ ଯିବେ ଗୋଡ଼ାଇ ।

 

ଶତ୍ରୁ କଳିବେ ରାଜ୍ୟ ନେବେ ଛଡାଇ ଗୋ ।

।୩୧।

 

 

ସାରସଗମନା ଯେ ବୋଇଲେ ବାଣୀ ।

 

ସରିବ ନାହିଁ କଥା କହିଲେ ପୁଣି ଗୋ ।

 

ଶ୍ରଦ୍ଧା ଯୁଗଳ କଥା ହେଉ ଏ ଗୀତ ।

 

ସଂସାରେ ଖ୍ୟାତ ହେଉ ଆମ୍ଭ ଚରିତ ଯେ ।

।୩୨।

 

 

 

 

ହସିଲେ ଚାହିଁ ପ୍ରଭୁ ସୀତା ବଦନ ।

 

ହଉ ସତୀ ବଚନ ନୋହୁ ଏ ଆନ ଯେ ।

 

ହରଷେ ଜନମାନେ ପଢିବେ ନିତି ।

 

ହୋଇବ ତାର ସବୁ ସୁଖ ସନ୍ତତି ଗୋ ।

।୩୩।

 

 

କ୍ଷମା କର ମୋ ଦୋଷ ଶ୍ରୀ ରଘୁଗଣ ।

 

କ୍ଷଣେ ମିଳିଲେ ଆସି ରାମ ଲକ୍ଷ୍ମଣ ଯେ ।

 

କ୍ଷଣେ ରହି ବୋଇଲେ ମୁ ଯିବି ବନ ।

 

କ୍ଷିତିରେ ଜାତ ହୋଇ ରାମ ଲକ୍ଷ୍ମଣ ଯେ ।

୩୪